ରାମନାଗୁଡ଼ାରେ ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ସଭାପତିତ୍ୱରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୧-୨୨ ଆର୍ôଥକ ବର୍ଷ ଲାଗି ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସାଂସଦ ପ୍ରତିନିଧି ଜି. ପ୍ରସାଦ ରାଓ, ଜିଲ୍ଲା ପରିଷଦ ସଭ୍ୟ(କ)ତାଙ୍ଗୁଡୁ ଶ୍ରୀଧର, ସୁରେଶ ଗମାଙ୍ଗ(ଖ) ଓ ଏପିଓ କୃପାରୁ ବାନାପିଲି ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଉଦ୍ୟାନ, ବନ ବିଭାଗ, ସମ୍ମନିତ ଶିଶୁ ବିକାଶ ଓ ଜଳଛାୟା ଆଦି ବିଭାଗ ପକ୍ଷରୁ କରାଯାଇଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏପିଓ କୃପାକର ବାନାପିଲି ପରିଚାଳନା କରିଥିବାବେଳେ କୁଜେନ୍ଦ୍ରୀ ସରପଞ୍ଚ ପି ଦିବାକର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।