ବଲାଙ୍ଗିର,ଏନ୍ଏନ୍ଏସ୍: ବହୁ ଦିନର ନୀରବତା ପରେ ବଲାଙ୍ଗିର ପୁଲିସ ଏବେ ଆକ୍ସନ ମୋଡ୍କୁ ଆସିଛି। ସାରା ଜିଲ୍ଲାରେ ପଳାତକ ଆପରାଧିଙ୍କୁ ନିକଟସ୍ଥ ଥାନାରେ ଆତ୍ମ ସମର୍ପଣ ପାଇଁ ପୁଲିସ ପକ୍ଷରୁ ନୋଟିସ କରାଯାଉଛି। ସେହିପରି ଗତକାଲି ବଲାଙ୍ଗିର ପୁଲିସ ସହରରେ ମଧ୍ୟ ନୁଆ ରୂପ ଦେଖାଇଛି। କୌଣସି ସୂତ୍ରରୁ ବଡ଼ ଧରଣର ଲୁଟ ଖବର ପାଇବ ପରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଷ୍ଣୁମୁଣ୍ଡା ଅଞ୍ଚଳରୁ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ।
ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସହର ସାରା ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଆପରାଧି ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ଅଣ୍ଟା ଭିଡିଥିବା ଏସ୍ଡିପିଓ ତୋଫାନ ବାଗ କହିଛନ୍ତି।
