Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ନୂଆ ଶୋ’ ରୁମ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ନୂଆ ଶୋ’ ରୁମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରର ସହିଦ ନଗରରେ ଆଜି ତାର ନୂତନ ଷ୍ଟୋର ଲଞ୍ଚ କରିଛି। ଯାହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲାଟେଷ୍ଟ ଇଲେକ୍ଟ୍ରୋନିକ୍ସ ଗେଜେଟ୍ସ ପ୍ରଦାନ କରିବ।

ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରରେ ଆଇଟି ସେବା ପ୍ରଦାନକାରୀଙ୍କ ଦ୍ବାରା ସର୍ବପ୍ରଥମ ନୂତନ ଷ୍ଟୋର୍। ଯାହା ଡିଜିଟାଲ୍ ଟ୍ରାନ୍ସଫର୍‌ମେସନର ସମ୍ପ୍ରସାରଣ ଜରିଆରେ ଗ୍ରାହକଙ୍କ ନିକଟତର ହୋଇପାରିବ। ଏହି ଉଦଘାଟନ ମଧ୍ୟ ଭୁବନେଶ୍ୱର ବଜାରରେ ମେଟ୍ରୋ କମ୍ପ୍ୟୁଟେକର ନେତୃତ୍ୱ ସ୍ଥିତିକୁ ପ୍ରତିଫଳିତ କରୁଛି। ଷ୍ଟୋରର ଉଦଘାଟନୀ ସମାରୋହରେ କମ୍ପାନୀର କାର୍ଯ୍ୟନିର୍ବାହୀ ପରିଚାଳନାର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଉଦଘାଟନ ସମାରୋହରେ, ମେଟ୍ରୋ କମ୍ପ୍ୟୁଟେକ୍ ଏଚ୍‌ପି, ଡେଲ୍‌, ଲିନୋଭୋ ଏବଂ ଅନ୍ୟାନ୍ୟ ପ୍ରମୁଖ ଆଇଟି କମ୍ପାନୀଗୁଡିକରୁ ନୂତନ ଟେକ୍ନୋଲୋଜି ଉତ୍ପାଦଗୁଡିକ ପାଇଁ ଏହାର ଅଫର୍ ଲଞ୍ଚ କରିଥିଲା​। ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଆବଶ୍ୟକତା ଅନୁଯାୟୀ ପ୍ରତିଯୋଗିତାମୂଳକ ଏବଂ ସୁହାଇବା ପରି ଅଫର ପ୍ରଦାନ କରିବାକୁ କମ୍ପାନୀ ସର୍ବଦା ଆଗ୍ରହୀ।

ମେଟ୍ରୋ କମ୍ପ୍ୟୁଟେକ୍ ଷ୍ଟୋରର ଡିଜାଇନ୍ ଅନ୍ୟ ଶୋ’ରୁମ୍ ତୁଳନାରେ ଭିନ୍ନ। ଏହା କେବଳ ମେଟ୍ରୋ କମ୍ପ୍ୟୁଟେକ୍ ଅଭିନବ ଉତ୍ପାଦ, ସମାଧାନ ଏବଂ ଗ୍ରାହକଙ୍କୁ ସେବା ପ୍ରଦାନ କରେ ନାହିଁ ବରଂ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଏବଂ ମୂଳ ଆନୁଷଙ୍ଗିକ ସାମଗ୍ରୀର ଏକ ସଂଗ୍ରହକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ମେଟ୍ରୋ କମ୍ପ୍ୟୁଟେକ୍ ପ୍ରଥମ ଥର ପାଇଁ ଟେକ୍ ଉତ୍ସାହୀମାନଙ୍କୁ ଲାଟେଷ୍ଟ ଇଲେକ୍ଟ୍ରୋନିକ୍ସ ଗେଜେଟ୍ସ ପ୍ରଦାନ କରୁଛି ଯେପରିକି ଲାପଟପ୍, କମ୍ପ୍ୟୁଟର, ଭିଡିଓ ଗେମ୍ କନ୍ସୋଲ୍, ଡ୍ରୋନ୍, ହେଡ୍‌ଫୋନ୍ ଏବଂ ସ୍ପିକର, କେସ୍‌ ଏବଂ କଭର ଇତ୍ୟାଦି।

ଏତଦ୍‌ବ୍ୟତୀତ ମେଟ୍ରୋ କମ୍ପ୍ୟୁଟେକ୍ ଷ୍ଟୋରରେ ଅଭିନବ ଘର ସୁରକ୍ଷା ସମାଧାନ ପାଇଁ ଏକ ବିଭାଗ ଅଛି, ଯେଉଁଠି ସ୍ମାର୍ଟ କ୍ୟାମେରା, ମୋସନ୍ ସେନ୍ସର, ସ୍ମାର୍ଟ ସ୍ମୋକ୍ ଡିଟେକ୍ଟର ଇତ୍ୟାଦି ଉପଲବ୍ଧ।

ମେଟ୍ରୋ କମ୍ପ୍ୟୁଟେକ୍ ଷ୍ଟୋର ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ଅତ୍ୟାଧୁନିକ ସ୍ମାର୍ଟ ଡିଭାଇସ୍, ହାଇ-ଟେକ୍ ଟଚସ୍କ୍ରିନ, ଟେଲିକମ୍ ସେବା, ଆସେସୋରିଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ପ୍ରଦର୍ଶନ କରି ସର୍ବଦା ଅତ୍ୟାଧୁନିକ ରିଟେଲ ଏକ୍ସିପିରିଏନ୍ସ ପ୍ରଦାନ କରିବ।

ମେଟ୍ରୋ କମ୍ପ୍ୟୁଟେକ୍ ଷ୍ଟୋରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉତ୍ପାଦ ଉପଲବ୍ଧ ଯାହା ଗ୍ରାହକଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରେ ଏବଂ ପାରମ୍ପରିକ ଶାଖାର ଧାରଣାକୁ ପରିବର୍ତ୍ତନ କରିବା ସହ ଡିଜିଟାଲ୍ ଟ୍ରାନ୍ସଫର୍ମେସନକୁ ପ୍ରତିଫଳିତ କରେ।

ମେଟ୍ରୋ କମ୍ପ୍ୟୁଟେକ୍ ଏହାର ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ସମସ୍ତ ସେବାରେ ନୂତନ ସ୍ତରର ଉତ୍କର୍ଷତା ପାଇଁ ଚେଷ୍ଟିତ। ଗ୍ରାହକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ନୂତନ ଷ୍ଟୋର ଏହାର ପ୍ରୟାସକୁ ସୁନିଶ୍ଚିତ କରିବା ସହିତ ସର୍ବୋତ୍ତମ ସେବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଟେକ୍ନୋଲୋଜି ପ୍ରଦାନ କରିବାକୁ ପ୍ରତିଜ୍ଞାବଦ୍ଧ।