ନବରଙ୍ଗପୁର,ଏନ୍ଏନ୍ଏସ୍: ବିଜୁ ଜନତା ଦଳ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବରଙ୍ଗପୁର ସହରର ସଦାଶିବ ପାର୍କ ଠାରୁ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଜନତାଙ୍କ ସହଭାଗିତାରେ ଜନ ସମ୍ପର୍କ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସହରର ଇଛାବତିଗୁଡା, ଗାନ୍ଧୀଛକ, ଟ୍ରାଫିକ ଛକ, ଥାନା, ଗାଦବାଗୁଡ଼ା ଦେଇ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା। ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇବା ସହ ଶତାଧିକ ଯୁବ, ଛାତ୍ର, ମହିଳା ମାନେ ସ୍ଵତଃ ପ୍ରବୃତ୍ତ ଭାବେ ପଦଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା।
ଏହି ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ଆଜିର ଦିନରେ ଉଦ୍ଯାପିତ ହୋଇଛି। ଲୋକଙ୍କୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ସହ ସମସ୍ତ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିବା ସହିତ ସାଧାରଣ ଲୋକ ଏହାର କେମିତି ଲାଭ ପାଇପାରିବେ ଏହା ଉପରେ ଗୁରୁତ୍ଵ ଦିଆଯାଉ ଥିବା ବିଧାୟକ ସଦାଶିବ ପ୍ରଧାନୀ ପ୍ରକାଶ କରିଛନ୍ତି। ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବା ବିଷୟରେ କହିଥିଲେ।
ଉକ୍ତ ପଦଯାତ୍ରାରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ରାଜ୍ୟଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୁଜାରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ରଙ୍କ ସମେତ ହଜାରରୁ ଊର୍ଦ୍ଧ୍ବ ଛାତ୍ର, ଯୁବ, ମହିଳା ବିଜେଡି କର୍ମୀ, ବିଜେଡି କାଉନସିଲର ପଦଯାତ୍ରାରେ ସାମିଲ ହୋଇଥିଲେ।