ସଇଁତଲାରେ ଗାଡି ମୋଟର କଡା ଚେକିଂ

ସଇଁନ୍ତଲା,ଏଜେନ୍ସି: ବଲାଙ୍ଗିର ଜିଲ୍ଲାରେ ଟ୍ରାଫିକ ସମସ୍ୟା ବଢିବା ସହିତ ପ୍ରତ୍ୟେକ ଦିନ ଲୋକେ ଦୃର୍ଘଟଣାରେ ଶିକାର ମଧ୍ୟ ହେଉଛନ୍ତି। ଯାହା ଦ୍ଵାରା ଶେଷରେ ଜୀବନ ମଧ୍ୟ ଚାଲି ଯାଉଛି। ପରିବହନ ବିଭାଗର ସଚେତନତା ସତ୍ୱେ ମଧ୍ୟ ଲୋକେ ସଚେତନତା ହେବାକୁ ମନେ କରୁନାହାନ୍ତି। ଯାହା ଦ୍ଵାରା ଏଭଳି ଘଟଣା ବାରମ୍ବାର ଘଟୁଛି। ଗାଡି ମୋଟର ଉପରେ ପରିବହନ ବିଭାଗ କଡା ଚେକିଂ କରୁଥିବା ବେଳେ ମଧ୍ୟ ଅନେକ ଲୋକ ହେଲମେଟ୍‌, ସିଟ୍‌ବେଲ୍ଟ, ଗୋଟିଏ ବାଇକରେ ୩ ଜଣ ବସିବା, ବିନା ଲାଇସେନ୍ସରେ ଗାଡି ଚଳାଇବା ଭଳି ଅନେକ ଗୁଡାଏ ସମସ୍ୟା ଦେଖାଦେଇଛି।

ଲୋକଙ୍କୁ ବାରମ୍ବାର ସଚେତନତା କରାଯାଉଥିବା ବେଳେ ଲୋକେ ପାଳନ କରୁନାହାନ୍ତି। ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ରେଲୱେ ଷ୍ଟାସନ ଛକ ନିକଟରେ ବଲାଙ୍ଗିର ଆରଟିଓ ବିଭାଗୀୟ ଅଧିକାରୀ ଯଶୋବନ୍ତ ଚିନାର, କାହ୍ନୁ ଚରଣ ବାନରା ପ୍ରମୁଖ କଡା ଚେକିଂ କରିବା ସହ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ ଫାଇନ ମଧ୍ୟ ପକାଇଛନ୍ତି। ତେଣୁ ସମସ୍ତେ ସଚେତନତା ହୋଇ ହେଲମେଟ ପିନ୍ଧିବା ପାଇଁ ବଲାଙ୍ଗିର ଆରଟିଓ ଟିମ ଅନୁରୋଧ କରିଛନ୍ତି।