ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୋଟାବାରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କୁରାଢ଼ୀରେ ହାଣି ସ୍ୱାମୀ ହତ୍ୟା କରିିଛି । ଅଭିଯୁକ୍ତ ବାଳକୃଷ୍ଣ ନାୟକ ଏବେ ଫେରାର ଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଗ୍ରାମର ଜଣେ ଯୁବକଙ୍କ ସହ ମୃତ ମହିଳାଙ୍କ ମିଳାମିଶାକୁ ଅଭିଯୁକ୍ତ ଗ୍ରହଣ କରିନପାରି ଗତକାଲି ରାତିରେ ହତ୍ୟାକାଣ୍ଡ ଘଟାଇଥିଲା । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଏସଡିପିଓ ଅନିଲ କୁମାର ବେଉରିଆଙ୍କ ନେତୃତ୍ୱରେ ଆଇଆଇସି ସନ୍ତୋଷ କୁମାର ସେଠୀ ଓ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।