ପାଟଣାଗଡ଼,ଏନ୍ଏନ୍ଏସ୍: ବେଲପଡ଼ା ପୁଲିସ ୩୨ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଅନ୍ୟପଟେ ଚାଲାଣ କରୁଥିବା ୨ ସର୍ଦ୍ଦାରଙ୍କୁ ଅଟକ ରଖି ଅଧିଖ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୯ଜଣ ପୁରୁଷ,୧୨ଜଣ ମହିଳା ଓ ୧୧ଜଣ ଶିଶୁ ଥିବା ଜଣାପଡ଼ିଛି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ମଣ୍ଡଳ ଗ୍ରାମ ନିକଟରୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକମାନେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ବେଲପଡ଼ା ପୁଲିସ ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଗ୍ରାମକୁ ପଠାଇ ଦେଇଥିବା ନେଇ ବେଲପଡା଼ ଥାନାଧିକାରୀ ବୁଲୁ ମୁଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।