ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବିକାବାହାଳି ଗାଁରେ ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗିର ଓ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ଶିକ୍ଷା ସଂସ୍ଥାନ ବଲାଙ୍ଗିର କାର୍ଯ୍ୟକ୍ରମ ଅଧିକାରୀ ସଂଘମିତ୍ରା ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ୮୦ ଦିନ ଧରି ସିଲେଇ ଶିକ୍ଷା ଦିଆଯିବ ବୋଲି ମଧ୍ୟ ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ମିଶନ ଶକ୍ତି ସଂଯୋଜିକା ଦୀପ୍ତିମୟୀ ପ୍ରଧାନ, ଓଏଲଏମ ଦୁଲୁଣା ବାଗ, ବିଏଲସି ସୁଧାଂଶୁ ଶେଖର ବଚ୍ଛା, ବନରକ୍ଷ ତପସ୍ୱୀନି ରଣା, ବନପାଳ ସୁରେନ୍ଦ୍ର ମହାରଣା, ଅଜୟ ମହାନ୍ତି, ଦିବକାର ପ୍ରଧାନ, ମାଷ୍ଟର ଟ୍ରେନର ଅଷ୍ଟମୀ ମାଝୀ, ତୁମେଶ୍ୱର ମାଝୀ ଓ ବିରଞ୍ଚି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।