ପାକିସ୍ତାନ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଦେଶ: ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନର କଡ଼ା ସମାଲୋଚନା କରିଛନ୍ତି । ଡେମୋକ୍ରେଟିକ କଂଗ୍ରେସର ଅଭିଯାନ ସମିତିର ସ୍ୱାଗତ ସମାରୋହରେ ବାଇଡେନ କହିଛନ୍ତି ଯେ, ପାକିସ୍ତାନ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଦେଶ । ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନକୁ ନେଇ ଏହାପୂର୍ବରୁ ଆମେରିକା ବଡ଼ ବୟାନ ଦେଇଥିଲା । ହ୍ୱାଇଟ ହାଉସର ଅଧିକାରୀ କହିଥିଲେ ଯେ, ଭାରତ ଓ ପାକିସ୍ତାନକୁ ଆମେରିକା କଦାପି ଗୋଟିଏ ଦୃଷ୍ଟିରେ ଦେଖେ ନାହିଁ । ଦୁହେଁ ଭିନ୍ନ ଭିନ୍ନ ରୂପରେ ଆମେରିକା ସହ ଜଡ଼ିତ ।