ଆସନ୍ତା ମାସ ଦେଶକୁ ମିଳିବ ୫ମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ଦେଶକୁ ଆସନ୍ତା ମାସ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବାକୁ ଯାଉଛି । ଆସନ୍ତା ନଭେମ୍ବର ୧୦ ତାରିଖରେ ଦେଶରେ ୫ମ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଏହା ଚେନ୍ନାଇ-ବାଙ୍ଗାଲୁରୁ ଭାୟା ମଇସୁର ରୁଟରେ ଚାଲିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଊନାରେ ୪ର୍ଥ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ଏହି ସମୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ ।