ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଜାତୀୟ ରାଜପଥ ୨୬ ନମ୍ବର ନବୀନ ଛକ ନିକଟରେ ବିଳମ୍ବିତ ରାତିରେ ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ନବୀନ ଛକରେ ବାଇକ ଓ ବସ ମୁହାଁମୁହିଁ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲାର ପ୍ରଶାନ୍ତ ପ୍ରଧାନ । ଆହତମାନେ ହେଲେ ତୁଣ୍ଡଲା ଗାଁର କୈଳାଶ ପ୍ରଧାନ, ନମିତ କୁମାର ନାୟକ ଓ ଭକ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ଖବର ପାଇବା ପରେ ସାମ୍ବାଦିକ ଦେବେନ୍ଦ୍ର ଯୋଶୀ ଘଟଣାସ୍ଥଳରେ ପହଞ୍ଚି ମାନବିକତା ଦେଖାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ । ବସରେ ପ୍ରାୟ ୫୦ଜଣ ଯାତ୍ରୀ ରହିଥିଲେ ପରେ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଅନ୍ୟ ଏକ ବସରେ ପଠା ଯାଇଥିଲା । ବସ ଡ୍ରାଇଭର ସୁରେନ୍ଦ୍ର ହନ୍ତାଳଙ୍କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି