ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ଲାଗି ଆଜି ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଏଥର ଏହି ପୁରସ୍କାର ବେଲାରୁଷର ଜଣେ ମାନବାଧିକାର କର୍ମକର୍ତ୍ତା ଆଲେସ୍ ବାଲିଆସ୍କିଙ୍କୁ ପ୍ରଦାନ କରାଯିବ । ଏହାସହ ଋଷର ମାନବାଧିକାର ସଂଗଠନ ‘ମେମୋରିଆଲ’ ଓ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିଭର୍ଟିଜ’କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ ।