ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇନ୍ତଳା ବ୍ଲକ୍ କରମତଲାରେ ଗିରିଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଯାଦବ ମହାସଭା ବ୍ଲକ ସଭାପତି ମନୋହର ବାଗ ଯୋଗଦେଇ ଉତ୍ସାହିତ କରିଥିଲେ। ଗୌନ୍ତିଆ ରାଜକିଶୋର ସିଂ ବୁଡେକ, ଟିକେଶ୍ବର ବାଗ, ଲୋହିତ ବାଗ, ଛବି ମହାକୁର, ସଂକିର୍ତ୍ତନ ବଗର୍ତ୍ତି, ନିତେଇ ମହାକୁର, ରାମେଶ୍ବର ବାଗ, ନରୋତ୍ତମ ବଗର୍ତ୍ତି, କବିରାଜ ବାଗ, ଅକ୍ଷୟ ବାଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗିରିଗୋବର୍ଦ୍ଧନ ପୂଜାକୁ ସଫଳ କରିବା ପାଇଁ ସମସ୍ତଙ୍କ ସକ୍ରିୟତାପୂର୍ଣ୍ଣ ସହଯୋଗ କାମନା କରାଯାଇଥିଲା।