୩୪ ବୋତଲ କଫ୍‌ ସିରଫ ଜବତ, ଜଣେ ଗିରଫ

ପାଟଣାଗଡ,ଏନ୍ଏନ୍ଏସ୍: ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ଛକ ଠାରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତିରେ ୩୪ ବୋତଲ କଫ୍‌ ସିରଫ ଓ ୩ ଷ୍ଟ୍ରିପ ନିଶା ବଟିକା ଜବତ କରିଛି। ଏଥିସହ ପୁଲିସ ଜଣକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ଧଣ୍ଡାମୁଣ୍ଡା ଗ୍ରାମର ବାଲଗୋପାଲ ଥନାପତି(୩୮)। ସୂଚନାରୁ ପ୍ରକାଶ ଯେ ସନ୍ଧ୍ୟା ସମୟରେ ଏସ୍‌ଆଇ ଗୋପୀନାଥ ମହାକୁର ଓ ପୁଲିସ କର୍ମଚାରୀ ମାନେ ଖପ୍ରାଖୋଲ, ଧଣ୍ଡାମୁଣ୍ଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ କନଗାଁ ଛକ ନିକଟରେ ସିରଫ ଓ ନିଶା ବଟିକା ସହ ବାଲଗୋପାଲକୁ ଗିରଫ କରିଥିଲା। ଏ ନେଇ ଖପ୍ରାଖୋଲ ଥାନାରେ କେସ୍‌ ନଂ-୧୫୫/୨୨, ୨୭୪/୨୭୫/୨୭୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଆଇ ମହାକୁର ପ୍ରକାଶ କରିଛନ୍ତି।