ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି। ମାଆ ଙ୍କର ପ୍ରତୀକ ପାଟ ଖଣ୍ଡାକୁ ବିଶାଳ ଶୋଭାଯାତ୍ରାରେ ନିଆଯାଇ ସ୍ନାନ ପୂଜା କରାଯାଇଛି। ଘଣ୍ଟ ଘଣ୍ଟା, ବାଜା ବାଣରେ ସହର କମ୍ପିଥିଲା।

ଅକ୍ଟୋବର ୧ ତାରିଖରେ ମାଆଙ୍କ ସପ୍ତମୀ ପୂଜାରେ ଅପରାଜିତା, ନବ ପତ୍ରିକା ପୂଜାରମ୍ଭ, ମହା ଅଷ୍ଟମୀରେ ମହାହୋମ, ମହା ନବମୀରେ ସନ୍ଧିପୂଜା, କୁମାରୀ ପୂଜା ଓ ବିଜୟା ଦଶମୀରେ ପୂର୍ଣ୍ଣାହୁତି ପୂଜା ରହିଛି। ନବରାତ୍ରୀ ପୂଜା ସମୟରେ ମାଆଙ୍କ ପାଖରେ ପ୍ରତିଦିନ ୪ ଧୂପରେ ପୂଜା ହେବ। ସପ୍ତମୀ ଠାରୁ ନବମୀ ବିଶେଷ ପୂଜlର୍ଚ୍ଚନା ହେବ। ପ୍ରତିଦିନ ସନ୍ଧ୍ୟା ସାଢେ ୭ ଟାରେ ଆଳତି ଓ ରାତ୍ର ୮ ଘଟିକାରେ ଦେବୀଙ୍କ ଅର୍ଚ୍ଚନା ହେବ ବୋଲି ରାଜ ପୁରୋହିତ ନରସିଂହ ନାଥ ତ୍ରୀପାଠୀ ସୂଚନା ଦେଇଛନ୍ତି।