ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ, ବିଡିଓଙ୍କ ଠାରେ ଅଭିଯୋଗ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ପକ୍ଷରୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗେଇ ଦେଉଥିବା ସହ କେହି ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ଡିଣ୍ଡିମ ପିଟୁଛନ୍ତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କେରମେଲି ପଞ୍ଚାୟତ ଲାଚୁଟ ଗାଁର ବେଦମତୀ ଯାନୀଙ୍କ ପୁଅ ଶିବାସିଷ ଯାନୀ, ସଞ୍ଜୁ ଭୋଇଙ୍କ ପୁଅ ପ୍ରଭାବ ଭୋଇ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଥର ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପାଇଁ ଆସୁଥିବା ବେଳେ ଯୋଗାଣ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ନିରାଶ ହୋଇ ଘରକୁ ଫେରୁଛନ୍ତି ଏହି ଦୁଇ ପରିବାର ଲୋକେ।

ଅନଲାଇନ ମାଧ୍ୟମରେ ଅନେକ ଥର ଆବେଦନ ମଧ୍ୟ କରି ସାରିଛନ୍ତି, ହେଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ମଧ୍ୟ ହୋଇପାରୁ ନାହାଁନ୍ତି। ଯାହାଦ୍ଵାରା ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି। ଶେଷରେ ଆଜି ଦୁଇ ପରିବାରର କୁନି କୁନି ପିଲାଙ୍କୁ ଧରି ବ୍ଲକ୍‌ କାର୍ଯ୍ୟଳୟକୁ ଆସି ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ଠାରେ ଅଭିଯୋଗ କରିଥିଲେ, ହେଲେ ଶେଷରେ ନିରାଶ ହେବାକୁ ପଡିଲା। ଭୁବନେଶ୍ୱର ଠାରେ ଏହି ଯୋଜନାରେ ସାମିଲ କରାଯାଉ ଥିବା ଏହି ଦୁଇ ପରିବାର ଲୋକଙ୍କୁ ବିଡ଼ିଓ ବୁଝାଇ ଥିଲେ। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।