ଋଷିଆର ଏକ ସ୍କୁଲରେ ଧୂଆଁଧାର ଗୁଳିବର୍ଷା, ୧୩ ମୃତ

ନୂଆଦିଲ୍ଲୀ: ମଧ୍ୟ ଋଷିଆର ଏକ ସ୍କୁଲରେ ଧୁଆଁଧାର ଗୁଳି ବର୍ଷଣ ଯୋଗୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ୭ଜଣ ଛାତ୍ର ଥିଲେ ଏବଂ ଅନେକ ଛାତ୍ର ଗୁରୁତର ହୋଇଛନ୍ତି । ଅନ୍ୟପଟେ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ମିଡିଆ ରିପୋର୍ଟ ମୁତାବକ, ପୀଡ଼ିତଙ୍କ ମଧ୍ୟରୁ ୭ଜଣ ସହରର ସ୍କୁଲ ନଂ ୮୮ର ଛାତ୍ର ଥିଲେ । ଗୁଳି ଚାଳକର ପରିଚୟ ହସ୍ତଗତ ହୋଇଥିବା ନେଇ ସୂଚନା ମିଳିଛି । ସନ୍ଦିଗ୍ଧ ଜଣକ ସ୍କୀ ମାସ୍କ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା ଯେଉଁଥିରେ ନାଜୀ ପ୍ରତିକ ଥିଲା ।