ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପବିତ୍ର ମହାଳୟା ଓ ଏହି ଅବସରରେ ପାଟଣାଗଡର ଐତିହାସିକ ତଥା ପାଟଣାଷ୍ଟେଟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଓ ସମଲେଶ୍ବରୀ ମନ୍ଦିରରେ ଆଜି ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଆଜି ଅମାବାସ୍ୟା ତଥା ମହାଳୟା ପଡ଼ିଥିବାରୁ ସମଲେଶ୍ବରୀ ମନ୍ଦିରରେ ମାଙ୍କ ଧବଳମୁଖୀ ବେଶରେ ଦେଖା ଦେଇଛନ୍ତି। ଏହି ବେଶ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମାଙ୍କ ଏହି ଦୁର୍ଲଭ ବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ଭକ୍ତ ମାନେ କହିଛନ୍ତି।
ମା’ଙ୍କ ଏହି ବେଶ ବର୍ଷ ଶାରା ସିନ୍ଦୁର ବେଶରେ ଦେଖା ଦେଇଥାନ୍ତି। କିନ୍ତୁ ମହାଳୟା ଗୋଟିଏ ଦିନ ଶ୍ୱେତ ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ମା’ଙ୍କ ସରସ୍ବତୀ ବେଶ ବୋଲି ମଧ୍ୟ କହିଥାନ୍ତି। ଏହି ବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ଭକ୍ତ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଆଜି ମଧ୍ୟ ରାତ୍ରରେ ମା’ଙ୍କ ଝାର ବଏଲ ଅଣାଯାଇ ସହର ପରିକ୍ରମା କରାଯିବ ବୋଲି ଜଣାପଡିଛି।