କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ ବ୍ଲକ୍ ଆଦିବାସୀ ସଂଘ ତରଫରୁ ନୂଆ ଖାଇ ଭେଟ ଘାଟ ପାଳିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରୁ ଅନେକ ଆଦିବାସୀ ମାନେ କର୍ଲାମୁଣ୍ଡା ଧରଣୀ ପୀଠରେ ପୂଜା ଅର୍ଚ୍ଚନା କଲା ପରେ ଆଦିବାସୀଙ୍କ ପାରମ୍ପରିକ ବଜା ବାଜଣା ନୃତ୍ୟ ସହିତ ବିଶାଳ ଶୋଭାଯାତ୍ରାରେ କର୍ଲାମୁଣ୍ଡା ଯୁକ୍ତ ଦୁଇ କଲେଜ ପ୍ରାଙ୍ଗଣରେ ପହଞ୍ଚି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।
ଉକ୍ତ ସଭାରେ କିଭଳି ଭାବରେ ଆଗାମୀ ଦିନରେ ନିଜର ହକ ଓ ଲଢେ଼ଇ ସରକାରଙ୍କ ଠାରେ ଉପସ୍ଥାପନା ଓ ଜିଲ୍ଲା ଓ ବ୍ଲକର ଅଣ ଆଦିବାସୀ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଅବଗତ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇଥିବା କର୍ଲାମୁଣ୍ଡା ବ୍ଲକ୍ର ଆଦିବାସୀ ଛାତ୍ର ଛାତ୍ରୀ ଜିତୁ ମାଝୀ ଗ୍ରାମ କୁଶୁର୍ଲା,(ଏମ୍ଏସ୍ସି) ପୂଜା ଭୋଇ ଗ୍ରାମ ପୌରକେଲା (ଆଦିବାସୀ ଝିଅ ଯୁକ୍ତ ଦୁଇ ଶ୍ରେଣୀ ଜିଲ୍ଲାରେ ଟପ୍ପର) ଓ ସୀମା ଭୋଇ ଗ୍ରାମ କର୍ଲାମୁଣ୍ଡା ଏମ୍କମ୍ (କିଟ୍ ୟୁନିଭରସିଟି) ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଆଦିବାସୀ ସମ୍ପ୍ରଦାୟର ଲୋକ ନୃତ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ମୁଖ୍ୟବକ୍ତା କୌତୁକ ପନ୍ଦର, ଶବର ସମାଜ ବ୍ଲକ୍ ସଭାପତି ନରେନ୍ଦ୍ର ଶବର, ମିର୍ଦ୍ଧା ସମାଜ ଜିଲ୍ଲା ସଭାପତି ସ୍ଵୟମ୍ବର ମିର୍ଦ୍ଧା, କର୍ଲାମୁଣ୍ଡା ବ୍ଲକ୍ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ, ସମ୍ପାଦକ ଗୋବିନ୍ଦ ଭୋଇ, ଆଦିସ୍କନ୍ଦ ବ୍ଲକ୍ ସମ୍ପାଦକ ନୂଆଧର ଭୋଇ, ଗୋଣ୍ଡୱାନା ବ୍ଲକ ସଭାପତି ପରଧିଆ ଧରୁଆ, ମିଡିଆ ସେଲ ଇନ୍ଚାର୍ଜ ନନ୍ଦି କିଶୋର ଭୋଇ, ସଭ୍ୟ ଦୟା ମାଝୀ, ବବୃ ବାହାନ ଭୋଇ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଗୋବିନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।