ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ଆଜି ଆଶ୍ବିନ ମାସର ପବିତ୍ର ମହାଳୟା। ଆଶ୍ବିନ ମାସରେ ଦହି ଦହନାର ବାସ୍ନାରେ ମହକି ଉଠିଥାଏ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପିଠ ସୁବର୍ଣ୍ଣପୁର। ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀ ଧବଳମୁଖି ବେଶରେ ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଠାରୁ ୯ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜାଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ। ସକାଳୁ ସକାଳୁ ମାଁ’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଛି।
ମାନସିକ ପୁରଣ ପାଇଁ ଶ୍ରଦ୍ଧାଳୁମାନେ ମାଁ’ଙ୍କ ପାଖରେ ଦୀପ ପ୍ରଜ୍ବଳନ ସହ ଗୁହାରୀ କରୁଥିବା ଦେଖିବାକୁ ମିଳିଛି। ସେପଟେ ଆଜି ପ୍ରସିଦ୍ଧ ମହାବଳି ଯାତ୍ରାର ଶୁଭାରମ୍ଭ ହେବ। ବୁଢାରଜା ପିଠରେ ମଧ୍ୟ ରାତ୍ରୀରୁ ଏହି ବଳି ଆରମ୍ଭ ହୋଇ ଆଶ୍ବିନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଆୟୋଜିତ ହୋଇଥାଏ। ଏଥି ପାଇଁ ଦହି ଦହନାରେ ସୁବର୍ଣ୍ଣପୁର ସହର ମହକିତ ହୋଇ ଉଠିଛି।