ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ ଏବଂ କବିତା ପାଠୋତ୍ସବ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଉପସଭାପତି ଡା. ସଂଗ୍ରାମ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡା.ଇଂ. ପ୍ରଭାକର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡ.ରଞ୍ଜିତା ନାୟକ କବିତାର ସ୍ୱରୂପ ବିଷୟରେ ଆଲୋକପାତ କରିବା ସହ କବି ଏବଂ ପାଠକଙ୍କ ଦାୟିତ୍ୱବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଏକାଡେମୀ ସଦସ୍ୟା ଡା. ଜ୍ୟୋତିର୍ମୟୀ ସାହୁଙ୍କ ସମେତ ସମ୍ମାନିତ ଅତିଥି ଭାବେ ଡା. ଦେବରାଜ ମିଶ୍ର ଓ ପ୍ରାଧ୍ୟାପକ ଅରୁଣ କୁମାର ପଟ୍ଟନାୟକ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ସେହିପରି ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ କବି ଭାଗିରଥୀ ମିଶ୍ରଙ୍କ ସଭାପତିତ୍ୱରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ସୁଶ୍ରୀ ସଂଯୁକ୍ତା ପରିଚ୍ଛା, ଜ୍ୟୋତିପ୍ରକାଶ ଗଡ଼ତ୍ୟା ଓ ସନ୍ଦିପ କୁଅଁରଙ୍କ ସଂଯୋଜନାରେ ଶତାଧିକ କବି ଏବଂ କବିୟତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥଲେ । ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି ସାହିତ୍ୟିକ ଏବଂ ସାହିତ୍ୟ ପ୍ରେମୀ ଏହି ସମାରୋହରେ ଯୋଗ ଦେଇଥିଲେ ।