ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାଷ୍ଟର ସଂଘ ତରଫରୁ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୂଜାରୀଙ୍କ ନେତୃତ୍ୱରେ ସ୍ଥାୟୀ ବୈଠକ ଗୃହ ପାଇଁ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର କୁମାର ରାଉତଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ନବରଙ୍ଗପୁର ଜିଲ୍ଲା ପାଷ୍ଟରଙ୍କ ଜରୁରୀକାଳୀନ ବୈଠକ ତଥା କୌଣସି ବୈଠକ ପାଇଁ ସ୍ଥାୟୀ ଗୃହ ନଥିବା ଉଲ୍ଲେଖ କରାଯାଇଛି । ସ୍ଥାୟୀ ଗୃହ ପାଇଁ ନବରଙ୍ଗପୁର ସହର କିମ୍ବା ପାଖ ଅଞ୍ଚଳରେ ୪ରୁ ୫ ସେଣ୍ଟ ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ସଲମାନ କୁମାର ପାଣି, ସମ୍ପାଦକ ଦୁର୍ଯୋଧନ ଡଙ୍ଗରୀ ଓ କୋଷାଧ୍ୟକ୍ଷ ଅରୁଣ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ ।