ପାଣ୍ଡେସରା ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକର ଶିକ୍ଷା ଜିଲ୍ଲାରେ ଥିବା ଫଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ପକାଇଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ବିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଗୁରୁତ୍ୱ କୌଣସି ସୁଫଳ ନ ମିଳିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍କୁଲକୁ ଶିକ୍ଷା ବିଭାଗର ବୈମାତୃକ ପ୍ରଦର୍ଶନ କରିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ଦେଖାଦେଇଛି । ଏଠାରେ ଜଣେ ଅସ୍ଥାୟୀ ଶିକ୍ଷୟତ୍ରୀ ଥିଲେ ମଧ୍ୟ ସେ ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳର ହୋଇଥିବାରୁ ତାଙ୍କର ଭାଷା ଛାତ୍ରଛାତ୍ରୀମାନେ ବୁଝି ପାରୁନଥିବା କହିଛନ୍ତି । ତେଣୁ ଏଠାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରି ଆଜି ସ୍କୁଲ ସମ୍ମୁଖରେ ତାଲା ମାରି ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇଦେବୁ ବୁଲି ପାଣ୍ଡେସରା ଗ୍ରାମବାସୀ କହିଛନ୍ତି ।