କର୍ଣ୍ଣାଟକ ହିଜାବ ମାମଲାର ରାୟକୁ ସୁରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ପ୍ରତିବନ୍ଧ ବିବାଦକୁ ନେଇ ସୁପ୍ରିମକୋର୍ଟ ଆଜି ନିଜ ରାୟକୁ ସୁରକ୍ଷିତ ରଖିଛନ୍ତି । ଜଷ୍ଟିସ ସୁଧାଂଶୁ ଧୁଲିୟା ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ବେଞ୍ଚ ଉକ୍ତ ମାମଲାର ଶୁଣାଣି କରୁଛନ୍ତି । ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ୨୦ରୁ ଅଧିକ ଆବେଦନକାରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
କର୍ଣ୍ଣାଟକ ହାଇକୋର୍ଟ ନିଜ ଫଇସଲାରେ କହିଥିଲେ ଯେ, ଶୈକ୍ଷିକ ସଂସ୍ଥାରେ ଡ୍ରେସ କୋର୍ଡ ପାଳନ କରିବା ଜରୁରୀ କିନ୍ତୁ ହିଜାବ ପିନ୍ଧିବା ଜରୁରୀ ନୁହେଁ । ଇସଲାମ ଧର୍ମରେ ହିଜାବ ଆବଶ୍ୟକତାକୁ ନେଇ କିଛି ଉଲ୍ଲେଖ କରାଯାଇ ନାହିଁ ।