ରାଜଧାନୀରେ ଜଳିଗଲା ୩ଟି କାର୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଚିନ୍ତାମଣିଶ୍ୱର ର ଲେନ୍-୩ରେ ଏକ ଖୋଲାସ୍ଥାନରେ ଛିଡା ହୋଇଥିବା ୩ଟି କାରରେ ଲାଗିଯାଇଥିଲା । ସୋମବାର ସଂଧ୍ୟାରେ ହଠାତ୍ ଜଳିଉଠିଥିଲା ୩ଟି କାର୍। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି। ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ।