ନୂଆଦିଲ୍ଲୀ: ବିଶ୍ୱର ସର୍ବପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ ଜର୍ମାନୀ ଉଦଘାଟନ କରିଛି । ଜର୍ମାନୀର ଲୋଅର ସେକ୍ସୋନୀ ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ ହାଇଡ୍ରୋଜେନ ଦ୍ୱାରା ଚାଳିତ ୧୪ଟି ଟ୍ରେନ ସଫଳତାପୂର୍ବକ ଲଞ୍ଚ କରାଯାଇଛି। ଏହି ଟ୍ରେନ କାର୍ବନ ଗ୍ୟାସ କମ୍ କରିବାରେ ସହାୟକ ହେବ । ଫରାସୀ କମ୍ପାନୀ ଏଲ୍ସଟୋମ ଦ୍ୱାରା ନିର୍ମିତ ୧୪ଟି ଟ୍ରେନ ମଧ୍ୟରୁ ୫ଟି ବୁଧବାରରୁ ହିଁ ଚଲା ଯାଇଥିଲା ।
ଏଲ୍ସଟମର ସିଇଓ ହେନରୀ ପୋପାର୍ଟ ଲାଫାର୍ଜ କହିଛନ୍ତି ଯେ, ୧ କିଲୋ ହାଇଡ୍ରୋଜେନ ପାଖାପାଖି ୪.୫ କେଜି ଡିଜେଲର ସମାନ ହୋଇଥାଏ । ଏହି ଟ୍ରେନ କୌଣସି ପ୍ରଦୂଷଣ କରିବନି କିନ୍ତୁ ଟିକେ ଶଦ୍ଦ ହେବ । ଖାସ୍ କଥାଟି ହେଲା, ହାଇଡ୍ରୋଜେନ ପୂର୍ଣ୍ଣ ଏକ ଟ୍ୟାଙ୍କ ପାଖାପାଖି ୧୦୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୧୪୦ କିମି ରହିଛି ।