କଳାହାଣ୍ଡିରେ ଦୁଇଟି ନୂତନ ଥାନା: ନର୍ଲା ନିର୍ବାଚନ ମଣ୍ଡଳୀରେ ଶୂନ

କର୍ଲାମୁଣ୍ଡା,ଏନ୍ଏନ୍‌ଏସ୍‌: ରାଜ୍ୟରେ ଦିନ କୁ ଦିନ ଅପରାଧିକ ମାମଲା ବଢୁଥିବାରୁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଅନେକ ନୂତନ ଥାନା ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରିକରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀରେ ଗୋଟିଏ ହେଲେ ନୂତନ ଥାନା ପାଇଁ ନିର୍ଦ୍ଦେଶନାମା ଜାରି ହୋଇନାହିଁ। କଳାହାଣ୍ଡିର କର୍ଲାପାଟ ଓ କଲମପୁରରେ ନୂତନ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି।

କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ ପାଇଁ ଗୋଟିଏ ଥାନା ହୋଇଥିବାରୁ ଅପରାଧିକ ମାମଲା ରୋକିବା ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଦୀର୍ଘ ବର୍ଷରୁ କର୍ଲାମୁଣ୍ଡା କି ରିଷିଡା ଠାରେ ନୂତନ ଥାନା ଖୋଲିବା ପାଇ ଦାବି ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ଓ ସାଂସଦ ହଜାର ହଜାର ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି।

ଏହି ଅଂଚଳକୁ ଘନ ଘନ ଗ୍ରସ୍ତ କରୁଥିଲେ ମଧ୍ୟ ବିଧାୟକ ଓ ସାଂସଦ ମହୋଦୟ ଏହି ଅଂଚଳର ସମସ୍ୟାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବା ବିଧାନସଭା ଓ ସଂସଦ ଭବନରେ ଉପସ୍ଥାପନ କାହିଁକି କରୁନାହାନ୍ତି ବୋଲି ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। କଳାହାଣ୍ଡିର ଅନ୍ୟ ନିର୍ବାଚନ ମଣ୍ଡଳୀ ମ.ରାମପୁର ବ୍ଲକର ଅଂଚଳର ଅନେକ ବୁଦ୍ଧିଜୀବୀ ଶିକ୍ଷାବିତ ମାନେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।