ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତଗର୍ତ ଦେବିରିପାଲି ଗ୍ରାମର ଏକ ଅଭାବନୀୟ ଘଟଣା ଦେଖାଦେଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳ ୯ଟାରେ ଭକ୍ତ ନାୟକ ଏବଂ ତାଙ୍କ ସ୍ତ୍ରୀ ଯେଶାଦା ନାୟକ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କନ୍ଦ୍ର କରି ପ୍ରଥମେ ଭକ୍ତ ଯଶୋଦାଙ୍କ ମୁଣ୍ଡକୁ ଟାଙ୍ଗିଆରେ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଭକ୍ତ ପାଖରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ବେଲପଡ଼ା ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ ଗଣ୍ଡୋଗଳରୁ ଏହି ହତ୍ୟାକାଣ୍ଡ ହୋଇଥିବା ସମ୍ପର୍କୀୟ ଜଗତ କହିଛନ୍ତି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ବେଲପଡ଼ା ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ମଲ୍ଲିକ ଓ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଶରୀରକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇ ପଠାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବେଲପଡ଼ା ଥାନାଧିକାରୀ କହିଛନ୍ତି ।