ପେଗମ୍ବର ମହମ୍ମୋଦଙ୍କ ବିରୋଧରେ ଟିପ୍ପଣୀ ଦେଇଥିବା ଟି.ରାଜା ସିଂହ ବିଜେପିରୁ ନିଲମ୍ବିତ

ନୂଆଦିଲ୍ଲୀ: ବିଧାୟକ ଟି. ରାଜା ସିଂହଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଛି । ରାଜା ସିଂ ପେଗମ୍ବର ମୋହମ୍ମଦଙ୍କ ବିରୋଧରେ ବିବାଦିତ ଟିପ୍ପଣୀ ଦେଇଥିଲେ । ଏଥିସହିତ ରାଜା ସିଂଙ୍କୁ ବିଜେପି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ୧୦ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ଏହାପୂର୍ବରୁ ପୁଲିସ ରାଜା ସିଂଙ୍କୁ ଉକ୍ତ ମାମାଲାରେ ହାଇଦ୍ରାବାଦରୁ ଗିରଫ କରିଥିଲା ।

ବିଜେପି ନେତା ଟି. ରାଜା ସିଂହଙ୍କ ଗିରଫଦାରୀକୁ ଦାବି କରି ଗତକାଲି ରାତିରେ ହାଇଦ୍ରାବାଦର ଅନେକ ଅଂଶରେ ପ୍ରଦର୍ଶନ କରାଯାଇଥିଲା । ରାଜା ସିଂହଙ୍କ ବିରୋଧରେ ଅନେକ ଥାନାରେ ମାମଲା ଦାୟର ହୋଇଥିବା ମଧ୍ୟ ଜଣାପଡ଼ିଛି।