Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୮ରୁ ଦିନିକିଆ ସିରିଜ୍‌, ଟିମ୍ ଇଣ୍ଡିଆର ଜିମ୍ବାୱେ ଯାତ୍ରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୮ରୁ ଦିନିକିଆ ସିରିଜ୍‌, ଟିମ୍ ଇଣ୍ଡିଆର ଜିମ୍ବାୱେ ଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧୮ ତାରିଖଠାରୁ ଜିମ୍ବାୱେର ହରାରେ ସ୍ପୋର୍ଟ୍ସ କ୍ଲବ୍‌ଠାରେ ଘରୋଇ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ୍‌ରେ ବିସିସିଆଇ ଚୟନ କମିଟି ଓପନର ଶିଖର ଧୱନ୍‌ଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲା । କିନ୍ତୁ ଗତ ୮ ତାରିଖରେ ଅନ୍ୟତମ ଓପନର ତଥା ଆଘାତ କାରଣରୁ ଗତ ଫେବୃଆରୀ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ଲୋକେଶ ରାହୁଲ୍ ସୁସ୍ଥତା ଲାଭ କରିବା ପରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ନେତୃତ୍ୱରେ ଶନିବାର ଟିମ୍ ଇଣ୍ଡିଆର ସଦସ୍ୟମାନେ ଜିମ୍ବାୱେ ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୋସିଆଲ୍ ମିଡିଆରେ ଫଟୋ ଶେୟାର୍ କରାଯାଇଛି ।

ଟ୍ୱିଟର୍ ପୃଷ୍ଠାରେ ମୋଟ ୫ଟି ଫଟୋ ସ୍ଥାନିତ ହୋଇଥିବା ବେଳେ ଗୋଟିଏରେ ଉପଅଧିନାୟକ ଦାୟିତ୍ୱ ତୁଲାଇବାକୁ ଥିବା ଧୱନ୍‌ଙ୍କ ସହ ଦୁଇ ପେସର୍ ପ୍ରସିଦ୍ଧ କ୍ରିଷ୍ଣା ଓ ଦୀପକ ଚହର୍ ରହିଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବାକୁ ଥିବା ପୂର୍ବତନ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଓ ଆଉ ଏକ ଫଟୋରେ ଅଲ୍‌ରାଉଣ୍ଡର୍ ଶାର୍ଦ୍ଦୁଲ୍ ଠାକୁର ରହିଛନ୍ତି । ଏହାଛଡ଼ା ମହମ୍ମଦ ସିରାଜ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓ ରାହୁଲ୍ ତ୍ରିପାଠୀଙ୍କୁ ଅନ୍ୟ ଦୁଇଟି ଫଟୋରେ ଦେଖିବାକୁ ମିଳିଛି ।

ଆଗାମୀ ଦିନିକିଆ ସିରିଜ୍‌ଟି ଆଇସିସି ୱାର୍ଲ୍ଡ କପ୍ ସୁପର୍ ଲିଗ୍ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର ଗୁରୁତ୍ୱ ଘରୋଇ ଜିମ୍ବାୱେ ଦଳ ପାଇଁ ଯଥେଷ୍ଟ ଅଧିକ ରହିଛି । ଉକ୍ତ ସିରିଜ୍‌ରେ ଭଲ ପ୍ରଦର୍ଶନ ପୂର୍ବକ ଜିମ୍ବାୱେ ଲିଗ୍‌ର ପଏଣ୍ଟ୍ ଟେବଲ୍‌ରେ ଶୀର୍ଷ ୮ରେ ରହିବାକୁ ଉଦ୍ୟମ କରିବ । କାରଣ ଆସନ୍ତା ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଶୀର୍ଷ ୮ଟି ଦଳକୁ ସିଧାସଳଖ ଯୋଗ୍ୟତା ମିଳିପାରିବ । ଅନ୍ୟପକ୍ଷରେ ଆୟୋଜକ ଭାବେ ଭାରତ ଏହି ବିଶ୍ୱକପ୍ ସଂସ୍କରଣ ସକାଶେ ଯୋଗ୍ୟତା ହାସଲ କରିସାରିଛି ।

ସୂଚନାଯୋଗ୍ୟ ଯେ ରାହୁଲ୍ ଗତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଅନ୍ୟତମ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ସାଉଥ୍ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ପାଇବାର ଥିଲା । କିନ୍ତୁ ସିରିଜ୍‌ର ଅବ୍ୟବହିତ ପୂର୍ବରୁ ଗ୍ରୋଇନ୍ ଇନ୍‌ଜୁରୀ କାରଣରୁ ତାଙ୍କୁ ଦଳ ବାହାରେ ରହିବାକୁ ପଡ଼ିଥିଲା । ଏପରିକି ପରେ ତାଙ୍କୁ ଉକ୍ତ ସମସ୍ୟାରୁ ମୁକ୍ତି ପାଇବା ସକାଶେ ସର୍ଜରୀର ମଧ୍ୟ ସହାୟତା ନେବାକୁ ପଡ଼ିଥିଲା । ଏହି କାରଣରୁ ଏହି ୩୦ ବର୍ଷୀୟ ଓପନର୍ ଜଣକ ଗତ ଇଂଲଣ୍ଡ ଓ ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍‌ରୁ ମଧ୍ୟ ବାଦ୍ ପଡ଼ିଥିଲେ ।

ଏହାପରେ ଭାରତର ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଥିଲା । କିନ୍ତୁ ଅଚାନକ କୋଭିଡ୍ ସଂକ୍ରମିତ ହେବା ଫଳରେ ରାହୁଲଙ୍କୁ ଉଭୟ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା । ତେବେ ନିକଟରେ ତାଙ୍କୁ ଆସନ୍ତା ୨୭ରୁ ୟୁଏଇଠାରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଘୋଷିତ ଦଳରେ ଚୟନ କମିଟି ସଦସ୍ୟମାନେ ସ୍ଥାନ ଦେଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ୍‌ରେ ଅଗଷ୍ଟ ୨୮ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।