ଚୀନର ଯୁଦ୍ଧ ଧମକ ମଧ୍ୟରେ ତାଇବାନର ଜଣେ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଚୀନର ଯୁଦ୍ଧ ଧମକ ମଧ୍ୟରେ ତାଇବାନର ଜଣେ ମୁଖ୍ୟ ମିସାଇଲ ପ୍ରୋଡକ୍ସନ ଅଧିକାରୀଙ୍କ ମୃତଦେହ ହୋଟେଲରୁ ଉଦ୍ଧାର କରାଯାଇଛି । ଅଧିକାରୀଙ୍କ ମୃତଦେହ ଦକ୍ଷିଣୀ ତାଇବାନ ହୋଟେଲରୁ ମିଳିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେଚୀନର ଧମକ ଓ ସୈନିକଙ୍କ ଯୁଦ୍ଧଭ୍ୟାସ ମଧ୍ୟରେ ତାଇବାନ ଚିନ୍ତାପୂର୍ଣ୍ଣ ସ୍ଥିତିରେ ରହିଛି । ତାଇବାନ ତା’ର ସେନା, ମିସାଇଲ ସିଷ୍ଟମ ଓ ସମୁଦ୍ରରେ ଜାହଜ ପେଟ୍ରୋଲିଂକୁ ସକ୍ରିୟ କରିଦେଇଛି । ଏଥିସହିତ ଚୀନର ଏପରି ତର୍କହୀନ ଓ ଦାୟିତ୍ୱହୀନ କାର୍ଯ୍ୟାନୁଷ୍ଠାନକୁ ରୋକିବାକୁ ଅନ୍ତରାଷ୍ଟ୍ରୀୟ ସମୂହକୁ ଆହ୍ୱାନ ଦେଇଛି ।