ଇତିହାସ ରଚିଲେ ପ୍ରିୟଙ୍କା: ୧୦ କିମି ୱାକିଂ ରେସରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟ ପ୍ରିୟଙ୍କା ଗୋସ୍ୱାମୀ ଇତିହାସ ରଚିବାରେ ସଫଳ ହୋଇଛନ୍ତି । ପ୍ରିୟଙ୍କା ୧୦ କିମି ୱାକିଂ ରେସରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରିୟଙ୍କା ପ୍ରଥମ ମହିଳା ଆଥଲେଟ ଯିଏକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଟୋକିଓ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ମାତ୍ର ୧୭ତମ ସ୍ଥାନରେ ରହିଥିଲେ । ପ୍ରିୟଙ୍କା ପ୍ରଥମେ ଜିମନାଷ୍ଟ ହେବାକୁ ଚାହୁଁଥିଲେ । କିନ୍ତୁ ଆଥଲେଟିକ୍ସରେ ମିଳୁଥିବା ପୁରସ୍କାର ପ୍ରତି ଆକର୍ଷିତ ହୋଇ ଏହି ଖେଳକୁ ଆପଣାଇଥିଲେ ।