ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ପୁଲିସ ଚଢ଼ଉ କରି ୨ଜଣ କଫ ସିରଫ ବେପାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଦ୍ୱୟ ହେଲେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ(୪୨) ଓ ବେଲପଡ଼ା ଥାନାର ମଧୁସୂଦନ ବାଗ ଅରଫ ରଇବାରୁ(୩୫) । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ପୁଲିସ ବୁଧବାର ସନ୍ଧ୍ୟାରେ ପେଟ୍ରୋଲିଂ ସମୟରେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ କଫ ସିରଫ ରଖିଥିବା ନେଇ ଯାଞ୍ଚ କଲାବେଳେ ୨ଟି କଫ ସିରଫ ଜବତ କରିଥିଲା । ଅନ୍ୟପଟେ କଫ ସିରଫ ଯୋଗାଣ ମୁଖ୍ୟ ବେଲପଡ଼ାର ମଧୁସୂଦନଙ୍କ ଘରେ ଚଢ଼ଉ କରି ୯୮ ବୋତଲ କଫ ସିରଫ, ୧୨୦ଟି ନିଶା ବଟିକା ଓ ୬,୫୦୦ ଟଙ୍କା ଜବତ କରିଥିଲେ । କଫ ସିରଫ ବିକିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏନେଇ ଖପ୍ରାଖୋଲ ଥାନାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଚାଲିଥିବା ନେଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।