ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁସ୍ଥିତ ସ୍ଥାନୀୟ ବଣା ବିଜାର ଖେଳ ପଡ଼ିଆରେ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବକ ସଂଘର ସଭାପତି ପ୍ରେମାନନ୍ଦ ବାଗ, ସମ୍ପାଦକ ମନୋଜ ସାହୁ, ସହ ସମ୍ପାଦକ ସୁନୀଲ ଗହୀର, ଉପସଭାପତି ରବି ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ତୁଳସୀ ଦାସ ଗହୀର, ଚମ୍ପୁ ଲାଲ ରଣା, ବିମଲ ବେହେରା ଓ ଟୁଲୁ ଗହୀର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।