ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦିଅ: ଯୁବ କଂଗ୍ରେସ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପଦଯାତ୍ରା ଓ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡା. ସ୍ମୃତି ରଞ୍ଜନ ଲେଙ୍କା ଯୋଗଦେଇ ଠିକା ନିଯୁକ୍ତି ବନ୍ଦ କରି ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଦୀର୍ଘ ବର୍ଷ ଧରି ନିଯୁକ୍ତି ବନ୍ଦ ଥିବାରୁ ଚାକିରିରେ ବୟସ ସୀମା ୩୨ ବଦଳରେ ୪୨ ବର୍ଷ କରାଯାଉ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନିଯୁକ୍ତି କରାଯାଉ । ମନରେଗା ଯୋଜନାରେ ହେଉଥିବା ଦୁର୍ନୀତିକୁ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଅଣାଯାଉ । କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ଲେଙ୍କା ଦାବୀ କରିଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ରଙ୍କ ନେତୃତ୍ୱରେ ଅଲ୍ ଇଣ୍ଡିଆ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ସମ୍ପାଦକ ଅଭିନବ ଭଗତ, ଡିସିସି ସଭାପତି ମୁନା ତ୍ରିପାଠୀ, ପିସିସି ସମ୍ପାଦକ ଖେମରାଜ ବାଘ, ସଭ୍ୟ ଦିଲ୍ଲୀପ କୁମାର ବେହେରା, ନଗର ସଭାପତି ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ଆଦିବାସି ନେତା ସନରାଜ ଗଣ୍ଡ, ସରପଞ୍ଚ ଦିବାକର ପୁଜାରୀ, ସଂଖ୍ୟାଲଘୁ ନେତା ଅବଦୁଲ ଫିରୋଜଙ୍କ ସମେତ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।