ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ୱେଷ୍ଟ ଅଞ୍ଚଳରେ ଏକ ଫିଲ୍ମ ଷ୍ଟୁଡିଓ ସେଟରେ ନିଆଁ ଲାଗିଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଛିା । କାଠ ଓ ପ୍ଲାଷ୍ଟିକ ସାହଯ୍ୟରେ ଏହି ଫିଲ୍ମ ସେଟ ଏକ ଖୋଲା ପଡ଼ିଆରେ ପ୍ରସ୍ତୁତ କରାଯାଇଥିଲା । ଅପରାହ୍ନ ୪ଟା ୨୮ମିନିଟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏହି ସେଟଟି ‘ଲଭ ରଞ୍ଜନ’ ଫିଲ୍ମର ହୋଇଥିବାବେଳେ ରଣବୀର କପୁର ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ସେଟରେ ପ୍ରି-ଲାଇଟିଂ ହେଉଥିବାବେଳେ ନିଆଁ ଲାଗିଛି । ଆଗାମୀ ସପ୍ତାହରେ ରଣବୀର ଓ ଶ୍ରଦ୍ଧା ଫିଲ୍ମର ସୁଟିଂ ଆରମ୍ଭ କରିଥାନ୍ତେ । ଉକ୍ତ ସେଟ ନିକଟରେ ରାଜଶ୍ରୀ ଫିଲ୍ମସର ମଧ୍ୟ ୨ଟି ସେଟ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଗୋଟିଏରେ ନିଆଁ ଲାଗିଥିବାବେଳେ ଅନ୍ୟଟି କିଛି ହୋଇନାହିଁ ।