ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ୧୫ ହଜାର ପ୍ରତିଶତ ବଢ଼ିଛି: ମୋଦୀ

ତାମିଲନାଡ଼ୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱି-ଦିବସୀୟ ଗସ୍ତରେ ଆଜି ତାମିଲନାଡ଼ୁ ପହଞ୍ଚିଛନ୍ତି । ଏହି ଅବସରରେ ଅନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଛନ୍ତି । ଏଥିରେ ୬୯ ସୁନା ପଦକ ବିଜେତାଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋଦୀ ସଭିଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଅନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ଦୀକ୍ଷାନ୍ତ ସମାରୋହରେ ଆଜି ସ୍ନାତକ ହାସଲ କରିଥିବା ସଭିଙ୍କୁ ଶୁଭକାମନା । ଆପଣମାନେ ବିକାଶ ଇଞ୍ଜିନ ହୋଇଥିବାରୁ ସମଗ୍ର ବିଶ୍ୱ ଆପଣଙ୍କ ଉପରେ ନଜର ରଖିଛି । ଗତ ୬ ବର୍ଷରେ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୧୫ ହଜାର ପ୍ରତିଶତ ବଢ଼ିଛି । ଗତବର୍ଷ ଭାରତକୁ ୮୩ ଅରବ ଡଲାରରୁ ଅଧିକ ରେକର୍ଡସ୍ତରର ଏଫଡିଆଇ ମିଳିଥିଲା । କରୋନା ମହାମାରୀ ପରେ ଆମ ଷ୍ଟାର୍ଟଅପକୁ ରେକର୍ଡ ଫଣ୍ଡିଂ ମିଳିଛି ।