ପଞ୍ଜାବ: ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମସେୱାଲାଙ୍କ ପିତା-ମାତା ପୁଅ ନାଁ ଓ ଫଟୋର ଟାଟୁ କାଟିଛନ୍ତି । ମୁସେୱାଲା ପରିବାର ଉକ୍ତ ଟାଟୁ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି । ପିତା ବଲକୋର ସିଂହ ସିଦ୍ଧୁ ନିଜ ହାତରେ ପୁଅ ମୁହଁ ଆଙ୍କିଛନ୍ତି । ଏହାସହ ପଞ୍ଜାବୀ ଲିପିରେ ‘ଶ୍ରବଣ ପୁତ୍ତ’ ଲେଖାଯାଇଛି ଯାହାର ଅର୍ଥ ଶ୍ରବଣ କୁମାର ଭଳି ପୁଅ । ପିତାମାତା ଏପରି ତାଙ୍କ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲା ତାଙ୍କର ଏକ ଗୀତରେ ମୁଁ ଦୁନିଆରୁ ଚାଲିଯିବା ପରେ ଲୋକଙ୍କ ହାତରେ ମୋ ଟାଟୁ ଥିବ ବୋଲି ଗାଇଥିଲେ । ନିକଟରେ ସିଦ୍ଧୁଙ୍କ ମା’ ତାଙ୍କ ପୁଅର ଏକ ପ୍ରତିମା ମଧ୍ୟ ଲୋକାର୍ପଣ କରିଥିଲେ ।