ବେଲପଡ଼ା ଟ୍ରିପଲ ମର୍ଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଲପଡ଼ା ସହରରେ ଗତ ୨୦୧୧ ବର୍ଷ ୨୮ତାରିଖରେ ଏକ ଲୋମ ହର୍ଷଣକାରୀ ଘଟଣା ଘଟିଥିଲା । ସମ୍ପତ୍ତି ଓ ସୁନା ଲୋଭରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା ସେତେବେଳେ ସାରା ବଲାଙ୍ଗିର ଜିଲ୍ଲାରେ ଏକ ଚର୍ଚ୍ଚିତ ଘଟଣା ଥିଲା । ସେମାନେ ହେଲେ ମା’ ଦୀପ୍ତିମୟୀ ମେହେର ଏବଂ ତାଙ୍କ ୨ଝିଅ ପ୍ରତିଭା ମେହେର ଓ ପ୍ରଣତି ମେହେର । ସେହି ସମୟରେ ପୁଲିସ ଘଟଣାର ତଦନ୍ତ କରି ଯୁଗେଶ୍ୱର ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିବା ନେଇ ପର୍ଦାଫାଶ କରିଥିଲା । ଏଥିସହିତ ଯୁଗେଶ୍ୱରଙ୍କ ନାଁରେ ପୁଲିସ ୨ଟି ମାମଲା ରୁଜୁ କରିଥିଲା । ଦୀର୍ଘବର୍ଷ ପରେ ଏହି ହତ୍ୟା ମାମଲାର ବିଚାର କରି ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ୱେତା ମିଶ୍ର ୫୫ ପୃଷ୍ଠା ସମ୍ବଳିତ ଦଲିଲ ଦେଖି ରାୟ ପ୍ରକାଶ କରିଛନ୍ତି । ଯୁଗେଶ୍ୱର ୪୬୦ ଦଫାରେ ୧୦ ବର୍ଷ ଜେଲ, ୧୦ ହଜାର ଟଙ୍କା ଜୋରିମାନା ଓ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ମୋକଦ୍ଦମା ପରିଚାଳନା କରିଥିବାବେଳେ ତାଙ୍କୁ ଅନ୍ୟତମ ସରକାରୀ ଓକିଲ ଭକ୍ତ ରାମ ବାଗ ସହଯୋଗ କରିଥିଲେ ।