ଜାତୀୟ ଫିଲ୍ମ ପୁରସ୍କାର: ଅଜୟ ଦେବଗନ ଓ ସୂରିୟା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ନେଇ ଘୋଷଣା କରାଯାଇଛି । ଏହି ପୁରସ୍କାର ୨୦୨୦ ପାଇଁ ଦିଆଯାଉଛି । ଏଥିରେ ‘ତାନାଜି’ ଫିଲ୍ମ ପାଇଁ ଅଜୟ ଦେବଗନ ଓ ‘ସୋରାରଇ ପୋଟରୁ’ ଲାଗି ସୂରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ‘ସୋରାରଇ ପୋଟରୁ’ ଫିଲ୍ମ ପାଇଁ ଅପର୍ଣ୍ଣା ବାଲମୂରଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହେବେ । ସେହିପରି ଶ୍ରେଷ୍ଠ ସଙ୍ଗୀତକାର ବିଶାଲ ଭାରଦ୍ୱାଜ ହୋଇଥିବାବେଳେ ମନୋଜ ମୁନତାସିର ଶ୍ରେଷ୍ଠ ଗୀତିକାର ହୋଇଛନ୍ତି ।

ଅନ୍ୟପଟେ ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ ସିନେମା ରୂପେ ବିବେଚିତ କରାଯାଇଛି । ଉକ୍ତ ବହିଟିକୁ ସୂର୍ଯ୍ୟ ଦେଓ ଲେଖିଛନ୍ତି ।