ପାଟଣାଗଡ଼,ଏନ୍ଏନ୍ଏସ୍: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାଟଣାଗଡ଼ ଲାୟନ ଭୋକେସନାଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲରେ ସର୍ବମୋଟ ୩୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩ଜଣ ଶତକଡ଼ା ୯୦ପ୍ରତିଶତ, ୨୫ଜଣ ପ୍ରଥମ ଓ ୧୦ଜଣ ଦ୍ୱିତୀୟ ଡିଭିିଜନ ପାଇଛନ୍ତି । ଉକ୍ତ ସ୍କୁଲର ଛାତ୍ର ଶ୍ରେୟସ କୁଅଁର ସର୍ବାଧିକ ୪୭୬ ଅର୍ଥାତ ୯୫.୨ ଶତକଡ଼ା ମାର୍କ ରଖି ପାଟଣାଗଡ଼ ଅଞ୍ଚଳ ତଥା ପବ୍ଲିକ ସ୍କୁଲର ଗର୍ବ ରଖିଛନ୍ତି । ସେହିପରି ତୁଷାର ଅଗ୍ରୱାଲ ୪୫୫ ସହ ୯୧ ପ୍ରତିଶତ ଓ ବିଦିତ ଜୈନ୯୦.୨ ପ୍ରତିଶତ ରଖିଛନ୍ତି । ସେହିପରି ଖୁସି ଅଗ୍ରୱାଲ ୮୮.୨, ଟନିସା ଅଗ୍ରୱାଲ ୮୬.୬, ଶୁଭମ ଖରସେଲ ୮୪.୬, ସୁଦେଶରୀ ବାଗ ୮୪.୨, ଜବମୟୀ ମିଶ୍ର ୮୨.୪, ସୁଭଦ୍ରା ଶିବାନି ଦାସ ୮୧.୬, ପରଲୀନ ମେହେର ୮୦ ଓ ସଞ୍ଜୟ କୁମ୍ଭାର ୮୫ ପ୍ରତିଶତ ମାର୍କ ରଖିଛନ୍ତି । ତେଣୁ ଏହି ଭୋକେସନାଲ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।