କେରଳରୁ ଆସିଲା ମଙ୍କିପକ୍ସର ୩ୟ ମାମଲା

କେରଳ: କେରଳରୁ ମଙ୍କିପକ୍ସର ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଫଳରେ ଏହା ରାଜ୍ୟର ତୃତୀୟ ମଙ୍କିପକ୍ସ ମାମଲା ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସୂଚନା ଦେଇଛନ୍ତି । ଜୁଲାଇ ୧୬ରେ ସମ୍ପୃକ୍ତ ଆକ୍ରାନ୍ତ ୟୁଏଇରୁ ମଲ୍ଲପପୁରମ ଆସିଥିଲେ । ଆକ୍ରାନ୍ତ ଜଣକ ଜ୍ୱର ହେବା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା । ଏବେ ତାଙ୍କ ପରିବାର ଓ ସମ୍ପର୍କରେ ଆସିଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।

ସୂଚନାଯୋଗ୍ୟ, କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ଜୁଲାଇ ୧୪ରେ ସାମ୍ନାକୁ ଆସିଥିଲା । ସମ୍ପୃକ୍ତ ଆକ୍ରାନ୍ତ ୩୫ ବର୍ଷ ହୋଇଥିବାବେଳେ ସେ ୟୁଏଇରୁ କେରଳକୁ ଫେରିଥିଲେ । ଆଉ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଜୁଲାଇ ୧୮ରେ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ଆକ୍ରାନ୍ତ ଜୁଲାଇ ୧୩ରେ ୟୁଏଇରୁ କେରଳର କନ୍ନୁର ପହଞ୍ଚିଥିଲେ ।