ଅଗଷ୍ଟ ୭ରୁ ଉଡ଼ାଣ ଭରିବ ଅକାସା ଏୟାର

ନୂଆଦିଲ୍ଲୀ: ବ୍ୟବସାୟୀ ରାକେଶ ଝୁନଝୁନୱାଲା ଦ୍ୱାରା ସମର୍ଥିତ ଅକାସା ଏୟାର ବ୍ୟବସାୟିକ ଉଡ଼ାଣ ଭରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି । ଅକାସା ଏୟାରକୁ ଡିଜିସିଏ ଜୁଲାଇ ୭ରେ ଉଡ଼ାଣ ଭରିବାକୁ ଅନୁମତି ପ୍ରଦାନ କରିଥିଲା । ଅଗଷ୍ଟ ୭ରୁ ମୁମ୍ବାଇରୁ-ଅହମ୍ମଦାବାଦ ମାର୍ଗରେ କମ୍ପାନୀ ପ୍ରଥମ ଉଡ଼ାଣ ଭରିବ ।

ଅକାସା ଏୟାର ପକ୍ଷରୁ କୁହାଯାଇଛି ଯେ, ୨୮ ସାପ୍ତାହିକ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିଦେଇଛୁ । ଅଗଷ୍ଟ ୧୩ରୁ ବାଙ୍ଗାଲୁରୁରୁ-କୋଚ୍ଚି ମାର୍ଗରେ ୨୮ ସାପ୍ତାହିକ ଉଡ଼ାଣକୁ ସଞ୍ଚାଳିତ କରାଯିବ ।

ସୂଚନାଯୋଗ୍ୟ, ଆଗାମୀ ୪ ବର୍ଷରେ ପାଖାପାଖି ୭୦ ବିମାନ ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ୭୨ ବୋଇିଂ ୭୩୭ ମେକ୍ସ ବିମାନର ଅର୍ଡର ଦିଆଯାଇଛି । ଏନେଇ ୨୦୨୨ ଦୁବାଇ ଏୟାର ଶୋ’ରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।