ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପ୍ରବଳ ମାତ୍ରାରେ ଚୋରୀ, ଡ଼କାୟତି ଓ ଜୁଆ ଖେଳ ବଢ଼ି ଯାଇଥିଲା । କିନ୍ତୁ ଗତ ଡିସେମ୍ବରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାଧିକାରୀ ଭାବେ ଅବନୀ ସାହୁ ଯୋଗଦେବା ପରେ ଅଞ୍ଚଳରେ ଡକାୟତଙ୍କ ମୁଣ୍ଡବ୍ୟଥା ବଢ଼ିଥିଲା ।
ଥାନାଧିକାରୀ ଭାବେ ଅବନୀ ସାହୁଙ୍କ ଯୋଗଦାନ ପରେ ଗତ ଜାନୁଆରୀ ମାସରେ ଡୁଙ୍ଗୁରିପାଲି ଗାଁର ଅଜିତ ସାହୁଙ୍କ ଘରୁ ସୁନା ଗହଣା ଓ କିଛି ଟଙ୍କା ଲୁଟ ହୋଇଥିଲା । ଶ୍ରୀ ସାହୁଙ୍କ ନେତୃତ୍ୱରେ ସେଲମା ଗ୍ୟାଙ୍ଗଷ୍ଟାର ଡକାୟତି ଦଳକୁ ଧରିବାରେ ସଫଳତା ହାସଲ କରିଥିଲା । ସେହିପରି ଗତ ଜୁନ ମାସରେ ମାଇକ୍ରୋଫାଇନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତି କରି ୮ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ । ବିନ୍ଦନବାହାଳି ମଦ ଭାଟିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜୁଲାଇ ମାସରେ ୭ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏଭଳି ଅନେକ ଅପରାଧୀଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଥାନାଧିକାରୀ ଅବନୀ ସାହୁ ଏବେ ଲୋକଙ୍କ ପାଇଁ ପ୍ରଶଂସାର ପାତ୍ର ପାଲଟିବା ସହ ବିଭିନ୍ନ ଅଞ୍ଚଳରେ ଚୋରି ଓ ଡାକୟତି ମଧ୍ୟ କମିବାରେ ଲାଗିଛି ।