କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବ ନାହିଁ। ଏନେଇ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ସୂଚନା ପ୍ରଦାନ କରିଛନ୍ତି ।
ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ମାର୍ଗରେଟ ଅଲବା ଓ ମମତା ବାନାର୍ଜୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଛି । କିନ୍ତୁ ଦେଶର ଉପରାଷ୍ଟ୍ରପତି ନିର୍ବାଚନ ବ୍ୟକ୍ତିଗତ ସମୀକରଣ ଆଧାରରେ ହେବା ଠିକ୍ ନୁହେଁ । ଆମେ ମତଦାନରୁ ଦୂରେଇ ରହିବା ଠିକ୍ ହେବ ବୋଲି ଆମର ୮୫ ପ୍ରତିଶତ ସାଂସଦ ନିଷ୍ପତ୍ତି ନେଇଛନ୍ତି । ଶେଷ ସମୟରେ ବିରୋଧୀ ଦଳ ବିନା କୌଣସି ପରାମର୍ଶରେ ଅଲବାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବା ଉଚିତ ନଥିଲା ।