ମାଓ ସାମଗ୍ରୀ ଜବତ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି । ଗତ ୧୪ ତାରିଖରେ ଖବର ପାଇ ବାଲିଗୁଡ଼ା ଥାନା ଅନ୍ତର୍ଗତ ଶୁଡ଼୍ରା ପଞ୍ଚାୟତର ତିଲକି ଗ୍ରାମ ନିକଟ ଜଙ୍ଗଲରେ ୧୭ ତାରିଖରେ ଏସଓଜି ଓ ଡିଭିଫର ମିଳିତ କୋମ୍ବିଂ ଅପରେସନ କରିଥିଲେ । ଆଉ ଏହି ସମୟରେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଚାଲିଥିବା ଠାବ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ମାଓ ସମାଗ୍ରୀ ଜବତ କରାଯାଇଛି । ସେଠାରୁ ମେଡିସିନ୍‌, ମାଓ ପୋଷାକ, ଛୁରୀ, ଟାଙ୍ଗିଆ, ଟିଫିନ, ଆଲୁମିନିଅମ ହାଣ୍ଡି, ଡେକିଚି ଓ ପାଲ ଜବତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଜାରି ରହିଥିବା ନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।