ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧା-ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ହେବ । ପାଇକ ବିଦ୍ରୋହ ସ୍ମୃତି ଚାରଣ ପାଇଁ ପାଇକ ସ୍ମାରକୀ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବେ । ୯ଏକର ୬୮୫ ଡିସିମିଲ ଜମି ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।