ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କଲେ ସୁରକ୍ଷାକର୍ମୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିସ୍ଥିତ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏକ ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବଡ଼ମାଲ ଅଞ୍ଚଳରେ ଜଣେ ଯୁବକ କିଛିଦିନ ହେବ ଚୋରି କରୁଥିବା ନେଇ ଘରୋଇ ସୁରକ୍ଷାବାହିନୀ ତା’ ଉପରେ ନଜର ରଖି ଆସୁଥିଲେ । ଉକ୍ତ ଯୁବକ ଜଣକ କୁଆରଗାଁର ଗୋଟିଏ ଘରକୁ ଯାଇ ଆଜି ଚୋରି କରୁଥିବାବେଳେ ବଡ଼ମାଲ ଗୋଳାବାରୁଦ କାରଖାନାର କିଛି ଘରୋଇ ସୁରକ୍ଷାବାହିନୀ ଯାଇ ଉକ୍ତ ଯୁବକକୁ ଧରି ବଡ଼ମାଲ ନିକଟସ୍ଥ ସ୍ଥାନୀୟ ଇନ୍ଦିରା ଗାନ୍ଧି ପାର୍କକୁ ଆଣିଥିଲେ । ସେଠାରେ ସମ୍ପୃକ୍ତ ଯୁବକକୁ ପଚରାଉଚୁରା କରିଥିବାବେଳେ ସେ ବଡ଼ମାଲ ଅଞ୍ଚଳରେ ଚୋରି କରୁଥିବା ନେଇ ସ୍ୱୀକାର କରିଥିଲା । ପରେ ସୁରକ୍ଷାକର୍ମୀ ବଡ଼ମାଲ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ମାଝୀକୁ ଯୋଗାଯୋଗ କରି ସମ୍ପୃକ୍ତ ଯୁବକକୁ ହସ୍ତାନ୍ତର କରିଥିଲେ ।