ଦେବଗଡ଼,ଏନ୍ଏନ୍ଏସ୍: କରୋନାର ସମ୍ଭାବ୍ୟ ଚତୁର୍ଥ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶତ ପ୍ରତିଶତ ଟୀକାକରଣ ପାଇଁ ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ରୁ ୫୯ ବର୍ଷୀୟଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଗାମୀ ୭୫ ଦିନ ଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସିଏଚସି ଓ ପିଏଚସି ଗୁଡ଼ିକରେ ମାଗଣାରେ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି ଏହି ଟୀକାକରଣର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାବାସୀଙ୍କୁ ମାଗଣା ବୁଷ୍ଟର ଡୋଜର ସୁଯୋଗ ନେବାକୁ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଧନା ଦାସ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ନରେଶ ଚନ୍ଦ୍ର ଦାସ, ଏଡିଏମଓ ଧନଞ୍ଜୟ ମହନ୍ତ ଓ ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।