ପାଟଣାଗଡ଼,ଏନ୍ଏନ୍ଏସ୍: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦୀ ସରକାର ୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ମାଗଣାରେ ୭୫ଦିନ ପର୍ଯ୍ୟନ୍ତ ବୁଷ୍ଟର ଡୋଜ ଦେବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଆଜି ପାଟଣାଗଡ଼ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଷ୍ଟର ଡୋଜ ଟିକାକରଣ ଅଭିଯାନ ସ୍ଥାନୀୟ ଶିକ୍ଷକ ଭବନରେ ଏସଡିଏମଓ ପୀତବାସ ସା ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ବୁଷ୍ଟର ଡୋଜ ନେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନା ମ୍ୟାନେଜର ଘନଶ୍ୟାମ ତ୍ରିପାଠୀ, ସୁମିତ ନନ୍ଦ ଓ ଭେକ୍ସିନେଟର ଉପସ୍ଥିତ ଥିଲେ ।